ଭତ୍ତା ଓ ରାସନ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ସ୍କୁଲ ଶିକ୍ଷକ

ବେଗୁନିଆପଡ଼ା ବ୍ଲକ ପ୍ରବାସୀ ଶ୍ରମିକଙ୍କୁ ଭତ୍ତା ଓ ରାସନ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ସ୍କୁଲ ଶିକ୍ଷକ । ହିତାଧିକାରୀଙ୍କୁ ଭତ୍ତା ଓ ରାସନ୍ କାର୍ଡ ବଣ୍ଟନ କରାଯାଉଥିବା ବେଳେ ଛିଡା ହୋଇଛନ୍ତି ଶିକ୍ଷକ । ଖାଲି ସେତିକି ନୁହେଁ ପାଖରେ ଛିଡ଼ା ହୋଇ ଫଟୋ ଉଠାଇବାକୁ ପୋଜ ହେଉଛନ୍ତି । ଯାହା ଏବେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ୍ ହେଉଥିବା ଫଟୋ ଗତ ନଭେମ୍ବର ୩୦ ତାରିଖର ବୋଲି ଜଣାପଡ଼ିଛି । ଶିକ୍ଷକ ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବୁରୁଝରୀ ପଞ୍ଚାୟତ ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଭାଗବତ ମହାନ୍ତି । ସେ ଜଣେ ଶିକ୍ଷକ ହୋଇ ଭତ୍ତା ଓ ରାସନ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଫଟୋ ଉଠାଇଛନ୍ତି। ଯାହା ଏବେ ବେଶ ଭଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଜନସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ଜଣେ ଶିକ୍ଷକ କିପରି ଭତ୍ତା ଓ ରାସନ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଲେ ? ତାଙ୍କୁ କିଏ ନିମନ୍ତ୍ରଣ କରିଥିଲେ ନା ସେ ନିଜେ ଯାଇ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ? ଯଦି ନିୟମ ଉଲ୍ଲଘଂନ କରିଛନ୍ତି ତାହା ହେଲେ ଏପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି ? ଶିକ୍ଷକ ଭାଗବତ ମହାନ୍ତିଙ୍କ ପତ୍ନୀ ବୁରୁଝରୀ ପଞ୍ଚାୟତର ସମିତିସଭ୍ୟ ଅଛନ୍ତି । କୁହାଯାଉଛି, ଜଣେ ସମିତିସଭ୍ୟଙ୍କ ସ୍ବାମୀ ଭାବେ ନିଜର ରାଜନୈତିକ ପତିଆରା ଜାହିର କରିବା ପାଇଁ ଏଭଳି କରିଛନ୍ତି ଭାଗବତ ? ଏମିତି ଅନେକ ପ୍ରଶ୍ନ ଅଞ୍ଚାଳବସୀଙ୍କ ମନରେ ଉଠିଛି । ଜଣେ ଶିକ୍ଷକଙ୍କ ଏପରି ମନମୁଖୀ କାମକୁ ନିନ୍ଦା କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ନିଲମ୍ବନ କରିବା ପାଇଁ ସାଧାରଣରେ ଦାବି ହେଉଛି । ଜିଲ୍ଲା ଶିକ୍ଷାଧିକାରୀ କଣ ପଦକ୍ଷେପ ନେଉଛନ୍ତି ତାକୁ ହିଁ ଅପେକ୍ଷା । ତେବେ ଏନେଇ କାହାରିଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ।

Leave a Reply

Your email address will not be published. Required fields are marked *